ପଶ୍ଚିମବଙ୍ଗ ରାସନ ଦୁର୍ନୀତି ମାମଲାରେ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କୁ ଇଡି ସମନ

 

ପଶ୍ଚିମବଙ୍ଗ ରାସନ ଦୁର୍ନୀତି ମାମଲାରେ ବେଙ୍ଗଲ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କୁ ଇଡି ସମନ କରିଛି। 

ସୂଚନା ଅନୁଯାୟୀ, ଜୁନ୍ ୫ ସୁଦ୍ଧା କୋଲକାତାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସେନଗୁପ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଇଡି ଅଧିକାରୀ କହିଛନ୍ତି ଜୁନ ୫ ସକାଳ ୫ଟା ସୁଦ୍ଧା ତାଙ୍କୁ କାର୍ଯ୍ୟାଳୟରେ ହାଜର ହେବାକୁ ପଡ଼ିବ।  

ପୂର୍ବରୁ ମଧ୍ୟ ଋତୁପର୍ଣ୍ଣା ସେନଗୁପ୍ତା ଇଡି ପ୍ରଶ୍ନର ସାମ୍ନା କରି ସାରିଛନ୍ତି। ୨୦୧୯ରେ ସେନଗୁପ୍ତା ରୋଜ୍ ଭେଲି ଚିଟ୍ ଫଣ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ଏବଂ ତଦନ୍ତକାରୀ ସଂସ୍ଥା ତାଙ୍କୁ ଜେରା କରିଥିଲା। 

ଯାହା ସୂଚନା ରହିଛି ଋତୁପର୍ଣ୍ଣା ସେନଗୁପ୍ତାଙ୍କ ସହ ଇଡି ପକ୍ଷରୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇ ଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସେ ବର୍ତ୍ତମାନ କୌଣସି ବ୍ୟକ୍ତିଗତ କାରଣ ପାଇଁ ଆମେରିକାରେ ଅଛନ୍ତି ବୋଲି ତାଙ୍କ ପରିବାରବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି।