ଭାରତୀୟ-ଆମେରିକୀୟ ଲେଖକ କହିଲେ- ବିଜେପି ପୁଣି ଥରେ ସରକାର କଲେ ଭାରତକୁ କ’ଣ ହେବ ଲାଭ

 

ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଚୟନ କରାଯିବା ପରେ ଭାରତକୁ ଆଗାମୀ ୫ ବର୍ଷ ପାଇଁ ସ୍ଥିରତା ମିଳିବ। କାରଣ ସେ ବିକାଶକୁ କେନ୍ଦ୍ରୀତ କରିଛନ୍ତି। ଭାରତୀୟ-ଆମେରିକୀୟ ଲେଖକ ରାଜୀବ ମାଲହୋତ୍ରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ ଥର କ୍ଷମତା ଆସିବେ ପୂରା ବିଶ୍ୱାସ କରିଛନ୍ତି। ଏଥି ସହିତ ସେ ଏଥର କ୍ଷମତାକୁ ଆସିଲେ ଭାରତକୁ କେତେ ଲାଭ ହେବ, ଏହାକୁ ନେଇ ନିଜର ମତ ଦେଇଛନ୍ତି। ଭାରତ ଦେଶ ବାହାରୁ ମିଳୁଥିବା ଚ୍ୟାଲେଞ୍ଜିଂ ପରିସ୍ଥିତିକୁ ସାହସପୂର୍ବକ ମୁକାବିଲା କରିପାରିବ। ଏହାର କାରଣ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। 

ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଏକ ସାକ୍ଷାତକାରରେ ରାଜୀବ ମାଲହୋତ୍ରା କହଛନ୍ତି, ଦେଶରେ ହୋଇଥିବା ବିକାଶ ଉପରେ ଯଦି ଚର୍ଚ୍ଚା କରିବା ତାହେଲେ ଆପଣ ଦେଖିପାରିବେ ଗରିବଙ୍କ ଠାରୁ ସଂଖ୍ୟାଲଘୁଙ୍କ ପର୍ଯ୍ୟନ୍ତ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଲାଭ ହୋଇଛି। ସେ କହିଛନ୍ତି, ତଥ୍ୟ ଆଧାରରେ ଏହାକୁ ତର୍ଜମା କରାଯାଇପାରିବ। ଗମନାଗମନ, ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଖାଦ୍ୟ ଓ ଶିକ୍ଷାକୁ ଉଦାହରଣ ସ୍ୱରୂପ ନିଆଯାଇପାରିବ। ବିଗତ ସରକାର ଗରିବଙ୍କ କଥା କହୁଥିଲେ । କିନ୍ତୁ ଗରିବଙ୍କର ବିକାଶ ପାଇଁ କାମ କରୁନଥିଲେ। 

ମୋଦୀଙ୍କୁ ନିଜର ତୃତୀୟ କାର୍ଯ୍ୟକାଳ ସମୟରେ ଭାରତର ଆଭ୍ୟନ୍ତରୀଣ ମାମଲାରେ ବାହର ଶକ୍ତିର ହସ୍ତକ୍ଷେପ ସହ ଅନେକ ପ୍ରମୁଖ ଚ୍ୟାଲେଞ୍ଜିଂ ଉପରେ ଧ୍ୟାନ ରଖିବାର ଅଛି। ତାଙ୍କୁ କିଛି ସାମ୍ବିଧାନିକ ସଂଶୋଧନକୁ ଆଗକୁ ବଢ଼ାଇ ରାଷ୍ଟ୍ରୀୟ ଥିଙ୍କ୍‌-ଟେକ୍ ଦିଗରେ କାମ କରିବାକୁ ପରାମର୍ଶ ଦେଇଛନ୍ତି, ଯାହାକି ଜାତି, ଧର୍ମ ଓ ଜାତୀୟତା ସତ୍ତ୍ୱେ ସବୁ ଭାରତୀୟଙ୍କୁ ସମାନ ଅଧିକାର ଓ ଲାଭ ମିିଳିପାରିବ। 

ରାଜୀବ ମାଲହୋତ୍ରା ମଧ୍ୟ ବିଦେଶ ମନ୍ତ୍ରୀ ସୁବ୍ରମଣ୍ୟମ୍ ଜୟଶଙ୍କରଙ୍କୁ ନେଇ ନିଜର ବିଚାର ରଖିଛନ୍ତି। ମୋତେ ତାଙ୍କର ଦୁଃସାହସ ଏବଂ ସକ୍ରିୟ ଭାଗିଦାରୀକୁ ପସନ୍ଦ ଲାଗିଥାଏ।