ଟି-୨୦ କ୍ରିକେଟର ଅଫ ଦି ଇୟର ୨୦୨୩ - ସୂର୍ଯ୍ୟକୁମାର ଯାଦବ

 

ଟି-୨୦ ବିଶ୍ୱକପ ୨୦୨୪ ମେଗା ଇଭେଣ୍ଟ ପୂର୍ବରୁ ଆଇସିସି ଭାରତୀୟ ଦଳର ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ସୁର୍ଯ୍ୟକୁମାର ଯାଦବଙ୍କୁ ଆଇସିସି ପୁରୁଷ ଟି-୨୦ କ୍ରିକେଟର ଅଫ ଦି ଇୟର ୨୦୨୩ ପୁରସ୍କାର ପ୍ରଦାନ କରିଛି। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ସୂର୍ଯ୍ୟକୁମାର ଯାଦବ ଏହି ପୁରସ୍କାର ଜିତିଛନ୍ତି ଏବଂ ଏହା କରିବାରେ ଏକମାତ୍ର ଖେଳାଳି ହୋଇପାରିଛନ୍ତି।

ଆଇସିସି ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସମସ୍ତ କ୍ରିକେଟରଙ୍କ ଛବି ସେୟାର କରିଛି, ଯେଉଁମାନେ ୨୦୨୩ ରେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇଛନ୍ତି । ତେବେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଇସିସି ଟେଷ୍ଟ ଟିମ୍ ଅଫ ଦି ଇୟର କ୍ୟାପ ପାଇଁ ମନୋନୀତ ହୋଇଥିଲେ। ବର୍ତ୍ତମାନ ରାହୁଲ ଦ୍ରାବିଡ ତାଙ୍କୁ ଏହି କ୍ୟାପ୍ ଆମେରିକାରେ ପ୍ରଦାନ କରିଛନ୍ତି। ଏହି କ୍ୟାପ ପାଇବା ପରେ ଜାଡେଜା ତାଙ୍କ ଫଟୋ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି ଯେ "ଜଣେ ବିଶେଷ ବ୍ୟକ୍ତିଙ୍କଠାରୁ ଏକ ସ୍ୱତନ୍ତ୍ର କ୍ୟାପ୍" ।