ପାପୁଆ ନ୍ୟୁ ଗିନି ଭୂସ୍ଖଳନ: ୨୦୦୦ ଲୋକଙ୍କ ମୃତ୍ୟୁ ଆଶଙ୍କା, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଇଣ୍ଡୋନେସିଆ ନିକଟ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଥିବା ପାପୁଆ ନ୍ୟୁ ଗିନିରେ ଗତ ସପ୍ତାହରେ ଘଟିଥିବା ବଡ଼ଧରଣର ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟିଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମରେ କୁହାଯାଉଛି ଯେ, ମୃତ୍ୟୁ ସଂଖ୍ୟା ୨୦୦୦ରୁ ଅଧିକ ହୋଇଥାଇ ପାରେ । ତେବେ ଉଦ୍ଧାର କାର୍ଯ୍ୟ ପରେ ଜଣାପଡ଼ିବ । 

ଏହି ଭୂସ୍ଖଳନ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ପରିବାରକୁ ଆମେ ଗଭୀର ଶୋକ ପ୍ରକାଶ କରୁଛେ । ଆହତମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ଏହା ହିଁ କାମନା । ଏହି ବିପଦ ସମୟରେ ଭାରତ ଯଥା ସମ୍ଭବ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି । 

ଭୂସ୍ଖଳନରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଶତାଧିକ ଲୋକଙ୍କର ମୃତଦେହ ଉଦ୍ଧାର ହୋଇସାରିଛି । ସେହିପରି ୪୦୦୦ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ପୋଲିସ ଓ ଅଗ୍ନିଶମ ବିଭାଗ ସହିତ ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ବିଭାଗର କର୍ମଚାରୀମାନେ ନଖୋଜ ଲୋକଙ୍କ ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାଜଧାନୀ ମୋରସ୍‌ବୀ ଠାରୁ ୬୦୦ କିଲୋମିଟର ଉତ୍ତର-ପଶ୍ଚିମସ୍ଥିତ ଏଙ୍ଗା ରାଜ୍ୟର କାଓକଲାମ ଗାଁରେ ଏହି ଭୂସ୍ଖଳନ ହୋଇଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉତ୍ତର ପାକୁଆ ନ୍ୟୁ ଗିନୀର ଏଙ୍ଗା ରାଜ୍ୟର ଉପାନ୍ତ ଗାଁରେ ଶୁକ୍ରବାର ଭୋର ସକାଳ ବଡ଼ଧରଣର ଭୂସ୍ଖଳ ହୋଇଥିଲା । ୧୧୦୦ ଘର ଭାଙ୍ଗି ଯାଇଛି । ଏହି ଅଞ୍ଚଳର ଘରଗୁଡ଼ିକର ଅବସ୍ଥା ବହୁତ ଖରାପ । 

ଭୂସ୍ଖଳନ କାରଣରୁ ଏକ ଗାଁରେ ବଡ଼ଧରଣର ଗର୍ତ୍ତ ସୃଷ୍ଟି ହୋଇଛି । ଏହି ଗର୍ତ୍ତ ଭିତରୁ ନିଖୋଜ ଲୋକଙ୍କୁ ଖୋଜା ଚାଲିଛି । ପୀଡିତଙ୍କୁ ଦେଖି ମହିଳା, ଶିଶୁ ଓ ବୟସ୍କ ଶୋକ ପ୍ରକାଶ କରିଛନ୍ତି ।