ପ୍ରବଳ ଖରାରେ ଜଳୁଛି ପାକିସ୍ତାନ: ଆକାଶରୁ ଖସୁଛି ଅଗ୍ନି ବର୍ଷା, ଭାରତରେ ମଧ୍ୟ ଅସମ୍ଭାଳ ତାତି

 

ଦିଲ୍ଲୀ ସମେତ ପୂରା ଉତ୍ତର ଭାରତରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପାରଦା ୪୮ ଡିଗ୍ରୀରେ ପହଞ୍ଚି ସାରିଛି। ଗରମ ଯୋଗୁଁ ଅଂଶୁଘାତ ଜନିତ ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ରାଜସ୍ଥାନରେ ଅବସ୍ଥା ଆହୁରି ଖରାପ। ସେଠାରେ ତାପମାତ୍ରା ୪୯ ଡିଗ୍ରୀ ଅତିକ୍ରମ କରିସାରିଛି। ଏହା ୫୦ ଡିଗ୍ରୀ ଅତି ନିକଟତର ହୋଇଛି। ପଶ୍ଚିମ ଉତ୍ତରପ୍ରଦେଶ, ହରିୟାଣା, ମଧ୍ୟ ପ୍ରଦେଶରେ ମଧ୍ୟ ପ୍ରବଳ ଖରା ଅନୁଭୂତ ହେଉଛି। 

ପାକିସ୍ତନର ଦକ୍ଷିଣୀ ରାଜ୍ୟ ସିନ୍ଧରେ ତାପମାତ୍ରା ୫୨ ଡିଗ୍ରୀ ଅତିକ୍ରମ କରସାରିଛି। ଏହି କାରଣରୁ ଅଂଶୁଘାତ ମଧ୍ୟ ଦେଖିବାକୁ ମିଳୁଛି। ଅନ୍ତର୍ଜାତୀୟ ବୈଜ୍ଞାନିକଙ୍କ କହିବା ଅନୁସାରେ ଜଳବାୟୁ ପରିବର୍ତ୍ତନ କାରଣରୁ ତାପମାତ୍ରା ବଢ଼ିଛି । ସିନ୍ଧର ସହର ମହେଞ୍ଜୋଦାରୋରେ ତାପମାତ୍ରା ୫୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ମହେଞ୍ଜୋଦାରୋରେ ପ୍ରବଳ ଗରମ ଓ କମ ଥଣ୍ଡା ହୋଇଥାଏ। ସେହି କାରଣରୁ କମ ବର୍ଷା ମଧ୍ୟ ହୋଇଥାଏ।