କପିଳ ଓ ସୁନୀଲଙ୍କ ଝଗଡ଼ାକୁ ନେଇ ଏମିତି କହିଲେ ସୁନୀଲ

 

ଆଜକୁ ପ୍ରାୟ ୭ବର୍ଷ ତଳେ ଏକ ଏଭଳି ବନ୍ଧୁତା ଭାଙ୍ଗିଥିଲା, ଯାହାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଭାରତର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଓ ସୁନୀଲ ଗ୍ରୋଭର ଏକ ସୋ’ କରିବା ପାଇଁ ବିମାନରେ ଯାଉଥିବା ବେଳେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରଠାରୁ ଦୁହେଁ ପରସ୍ପର ସହ କାମ କରିବା ବନ୍ଦ କରିଦେଇଥିଲେ। ଏବେ ୭ବର୍ଷ ପରେ ଦୁହେଁ ପୁଣି ଥରେ ଏକାଠି କାମ କରିବାକୁ ଯାଉଛନ୍ତି। ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ’ରେ ଦୁହେଁ ପୁଣି ଥରେ ସାଥିରେ କାମ କରିବେ ବୋଲି ଜଣାପଡ଼ିଛି। ତେବେ ଏହି ସୋ’ ପାଇଁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଝଗଡ଼ା ପଛର କାରଣ ଜଣାଇଛନ୍ତି ସୁନୀଲ । ସେ କହିଛନ୍ତି ଯେ, ଆମ ଝଗଡ଼ା ଅସଲି ନଥିଲା। ଆମେ ‘ପବ୍ଲିସିଟି ଷ୍ଟଣ୍ଟ’ କରିଥିଲୁ। ସୁନୀଲଙ୍କ କହିବା ମୁତାବକ, “ଆମେ ବିମାନରେ ବସିଥିବା ବେଳେ ହଠାତ୍ ଜାଣିବାକୁ ପାଇଲୁ ଯେ, ନେଟଫ୍ଲିକ୍ସ ଭାରତ ଆସୁଛି। ତେଣୁ, କିଛି ବଡ଼ ପବ୍ଲିସିଟି ଷ୍ଟଣ୍ଟ କରିବା ଉଚିତ୍। ନେଟଫ୍ଲିକ୍ସ ଆମକୁ କଲ୍ କରି କିଛି ବଡ଼ ପବ୍ଲିସିଟି ଷ୍ଟଣ୍ଟ କରିବାକୁ କହିଥିଲା। ତେଣୁ ଆମେ ଝଗଡ଼ା କରିଥିଲୁ।” ମଜାଳିଆ ଢ଼ଙ୍ଗରେ ସେ ଏଭଳି କହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କପିଲ କହିଥିଲେ ଯେ, ସୁନୀଲ ଏକାଧିକ ପ୍ରେ‌ାଜେକ୍ଟରେ କାମ କରୁଥିଲେ। ତେଣୁ ଆମ ସହ କାମ କରିବା ପାଇଁ ତାଙ୍କ ପାଖରେ ସମୟ ନଥିଲା।