ମାଗ୍ନସ୍ କାର୍ଲସନଙ୍କୁ ପରାସ୍ତ କରି ନରୱେ ଚେସ୍ ଟୁର୍ନାମେଣ୍ଟର ଶୀର୍ଷରେ ପ୍ରଜ୍ଞାନାନନ୍ଦ

 

ଭାରତୀୟ ଗ୍ରାଣ୍ଡମାଷ୍ଟର ରମେଶ ବାବୁ ପ୍ରଜ୍ଞାନାନନ୍ଦ ବିଶ୍ୱ ପ୍ରଥମ ନମ୍ବର ମାଗ୍ନସ୍ କାର୍ଲସନଙ୍କୁ ପରାସ୍ତ କରି ତାଙ୍କର କ୍ଲାସିକ ଗେମ ଜିତିଛନ୍ତି। ନରୱେରେ ଚାଲିଥିବା ଚେସ୍ ଟୁର୍ନାମେଣ୍ଟରେ ୧୮ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର କାର୍ଲସନଙ୍କୁ ପରାସ୍ତ କରି ଟୁର୍ନାମେଣ୍ଟର ତୃତୀୟ ରାଉଣ୍ଡରେ ତାଙ୍କର ପ୍ରଥମ ବିଜୟ ପଞ୍ଜିକରଣ କରିଛନ୍ତି । ନରୱେ ଚେସ୍ ଟୁର୍ନାମେଣ୍ଟରେ ଆର ପ୍ରଜ୍ଞାନାନନ୍ଦ ତୃତୀୟ ରାଉଣ୍ଡ ପରେ ୫.୫ ପଏଣ୍ଟ ସହ ଏହି ବିଜୟ ହାସଲ କରିଛନ୍ତି । ପ୍ରଜ୍ଞାନାନନ୍ଦ ଧଳା ରେ ଖେଳୁଥିବାବେଳେ ବିଜୟ ସହ କାର୍ଲସନଙ୍କୁ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ପହଁଚାଇଛନ୍ତି ।

ପ୍ରଥମ ଥର ପାଇଁ କ୍ଲାସିକ ଚେସ୍ ଖେଳ ଜିତିବା ପରେ ପ୍ରଜ୍ଞାନାନନ୍ଦ କହିଥିଲେ ଯେ ତାଙ୍କର ବହୁତ ଭଲ ଆରମ୍ଭ ହୋଇଛି। ସେ କହିଥିଲେ ମୋର ଏହି ସ୍ତରରେ ଯଥେଷ୍ଟ ଅଭିଜ୍ଞତା ଅଛି ଏବଂ ମୁଁ ଏହି ଖେଳାଳୀଙ୍କୁ ପରାସ୍ତ କରିପାରିବି, କିନ୍ତୁ ଏଥିପାଇଁ ମୋତେ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡିବ ଏବଂ ମୁଁ ତାହା କରିବାକୁ ଚେଷ୍ଟା କରୁଛି । ତେବେ ଚାଇନାର ଡିଙ୍ଗ ଲିରେନଙ୍କ ଉପରେ ବିଜୟ ପରେ ପ୍ରଜ୍ଞାନାନନ୍ଦ ବର୍ତ୍ତମାନ ଟୁର୍ନାମେଣ୍ଟର ଶୀର୍ଷରେ ଅଛନ୍ତି ଏବଂ ଆମେରିକାର ଫାବିଆନୋ କାରୁଆନା ଦ୍ୱିତୀୟ ସ୍ଥାନରେ ଅଛନ୍ତି।