ବିମାନକୁ ମିଳିଲା ବୋମା ଧମକ : ଜରୁରୀ ଅବତରଣ କଲା ବିମାନ


 ଭିସ୍ତାରା ଏୟାରଲାଇନ୍ସର ବିମାନକୁ ମିଳିଲା ବୋମା ଧମକ । ପରେ ମଝି ଆକାଶରୁ ଅବତରଣ କଲା ବିମାନ । ଯାତ୍ରୀ ହେଲେ ଭୟଭୀତ ।

ସୂଚନା ଅନୁସାରେ, ଆଜି ଭିସ୍ତାରା ଏୟାରଲାଇନ୍ସର ଏକ ବିମାନ ଦିଲ୍ଲୀରୁ ଶ୍ରୀନଗରକୁ ଉଡାଣ ଭରିଥିଲା । କିନ୍ତୁ ମଝି ଆକାଶରେ ବିମାନକୁ ବୋମାରେ ଉଡାଇ ଦେବା ପାଇଁ କଲ ଆସିଥିଲା । ଯେଉଁ କାରଣରୁ ବିମାନଟି ମଝି ଆକାଶରୁ ଫେରି ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । ଏହି ସମୟରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ବିମାନ ସୁରକ୍ଷିତ ଭାବରେ ଅବତରଣ କରିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ବିମାନରୁ ଯାତ୍ରୀ ମାନଙ୍କୁ ଓହ୍ଲାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ବିମାନକୁ ଯାଞ୍ଚ କରାଯାଇଥିଲା । କିନ୍ତୁ ବିମାନରେ ବୋମା ଥିବାର କୌଣସି ସନ୍ଧାନ କର୍ତ୍ତୃପକ୍ଷମାନେ ପାଇନଥିଲେ । ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଚେକିଂ ଚାଲିଥିଲା ।  କିନ୍ତୁ ବୋମା ଥିବାର କୌଣସି ସୂଚନା ମିଳିନଥିଲା ।