ଚତୁର୍ଥ ଟି-୨୦ ମ୍ୟାଚରେ କିଏ ମାରିବ ବାଜି, ବର୍ଷା ସାଜିପାରେ ବାଧକ

 

୨୦୨୪ ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଟି-୨୦ ରେ ସିରିଜରେ ବର୍ଷା ବାଧକ ସାଜିଛି । ୪ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଉଥିବାବେଳେ ୨ ଟି ମ୍ୟାଚ ବର୍ଷାରେ ଧୋଇହୋଇଯାଇଛି । ପ୍ରଥମ ମ୍ୟାଚ ବିନା ଟସ୍ ରେ ବାତିଲ ହୋଇଥିବାବେଳେ ଦ୍ଵିତୀୟ ମ୍ୟାଚରେ ଇଂଲଣ୍ଡ ଦେଇଥିବା ୧୮୩ ରନର ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ୨୩ ରନରେ ପରାସ୍ତ ହୋଇଥିଲା । ଏହା ପରେ ତୃତୀୟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । 

ତେବେ ଆଜି ଲଣ୍ଡନର ଓଭାଲରେ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଇଂଲଣ୍ଡ ଜିତିଲେ ୨-୦ ରେ ସିରିଜ ଜିତିବ। ଅନ୍ୟପକ୍ଷରେ ପାକିସ୍ତାନ ଆଜିର ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ । ତେବେ ଆଜିର ମ୍ୟାଚ ଇଂଲଣ୍ଡ ସମୟ ଅନୁସାରେ ୬.୩୦ ରେ ଆରମ୍ଭ ହେବ । କିନ୍ତୁ ବର୍ଷା ଆଜିର ମ୍ୟାଚରେ ବାଧକ ସାଜିପାରେ । ତେବେ ସୂଚନା ଅନୁଯାୟୀ, ଲଣ୍ଡନରେ ମଇ ୩୦ ମଧ୍ୟାହ୍ନରେ ବର୍ଷା ହେବାର ସମ୍ଭାବନା ରହିଛି । ମ୍ୟାଚ ଆରମ୍ଭ ସମୟରେ ସର୍ବାଧିକ ତାପମାତ୍ରା ୧୫ ଡିଗ୍ରୀ ରହିବ ବୋଲି ବୋଲି ଆଶା କରାଯାଉଛି। କେନିଙ୍ଗଟନ୍ ଓଭାଲ ଚାରିପାଖରେ ଆଜି ବର୍ଷା ହେବାର ୭୦ ପ୍ରତିଶତ ସମ୍ଭାବନା ରହିଛି । ତେବେ ମ୍ୟାଚ ସମୟରେ ୪୦-୫୦ ପ୍ରତିଶତ ବର୍ଷା ହେବାର ସମ୍ଭାବନ ରହିଛି । ତେବେ ଆଜିର ମ୍ୟାଚରେ ମଧ୍ୟ ବର୍ଷା ବାଧକ ସାଜିପାରେ ବୋଲି ପୂର୍ବାନୁମାନ କରାଯାଉଛି ।