ବିମାନରେ ୮ ଘଣ୍ଟା ବନ୍ଦ ରହିଲା AC : ଯାତ୍ରୀ ହେଲେ ହନ୍ତସନ୍ତ

 

ଏୟାର ଇଣ୍ଡିଆର ଏକ ବିମାନରେ ୮ ଘଣ୍ଟା ପର୍ଯ୍ୟନ୍ତ ଏସି ବନ୍ଦ ରହିଥିଲା । ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେବା ସହିତ ବେହୋସ ମଧ୍ୟ ହେଇଯାଇଥିଲେ ।

ସୂଚନା ଅନୁସାରେ, ରାଜ୍ୟ ତଥା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହି ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ଏୟାର ଇଣ୍ଡିଆର ଏକ ବିମାନରେ  ୮ ଘଣ୍ଟା ପର୍ଯ୍ୟନ୍ତ ଏସି ବନ୍ଦ ରହିଥିଲା । ଅସହ୍ୟ ତାତି ସାଙ୍ଗକୁ ଏସି ବନ୍ଦ ହେବାରୁ ଅନେକ ଯାତ୍ରୀ ବେହୋସ ହେଇଯାଇଥିଲେ। ବିମାନଟି ଦିଲ୍ଲୀରୁ ସାନ ଫ୍ରାନ୍ସିସକୋ ଅଭିମୁଖେ ଯାତ୍ରା କରିବାକୁ ଥିଲା। ସାନ ଫ୍ରାନ୍ସିସକୋକୁ ଯିବାକୁ ଥିବା ଯାତ୍ରୀମାନେ ବିମାନ ଭିତରେ ପସିଯାଇଥିଲେ କିନ୍ତୁ ବିମାନ ଉଡାଣ ବିଳମ୍ବ ହେବାରୁ ପ୍ରାୟ  ୮ ଘଣ୍ଟା ପର୍ଯ୍ୟନ୍ତ ଯାତ୍ରୀମାନେ ବିମାନରେ ଅପେକ୍ଷା କରିଥିଲେ । ପରେ ବିମାନ ଭିତରେ ଥିବା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ।