Breaking News

୩ ଦିନ ଯାଏଁ କାଳବୈଶାଖୀ ଆଲର୍ଟ: ଆଜି ବଜ୍ରପାତ ଓ ବର୍ଷା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ


ରାଜ୍ୟରେ ତିନି ଦିନ କାଳବୈଶାଖୀ ଆଶଙ୍କା ରହିଛି । ୧୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା । କାଳବୈଶାଖୀ ପ୍ରଭାବରେ ସାମନ୍ୟ ହ୍ରାସ ପାଇବ ତାତି । ଆଜି ପାଇଁ ୫ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି ଓ ରାୟଗଡାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ।

ସେହିପରି ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ଗଜପତି, ଗଞ୍ଜାମ, ବାଲେଶ୍ବର, ଭଦ୍ରକ ଓ ସୁନ୍ଦରଗଡକୁ ୟେଲୋ ସତର୍କତା ଜାରି ହୋଇଛି । ତାତି ଓ ଆର୍ଦ୍ରତା ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୮ ତାରିଖ ପାଇଁ ୯ଟି ଜିଲ୍ଳା ଓ ୧୯ ତାରିଖ ପାଇଁ ୫ଟି ଜିଲ୍ଲା କୁ ଜାରି ହୋଇଛି ୟେଲୋ ଆଲର୍ଟ ।  ଏହି ସମୟରେ ବିଜୁଳି ଘଡଘଡି ବର୍ଷା ସହିତ ସର୍ବାଧିକ ୫୦ରୁ ୬୦ କିଲୋମିଟର ଯାଏଁ ପବନ ମଧ୍ୟ ବହିବ । ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା, ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ବସ୍ତି ଆଣିଦେବ ।

ଅନ୍ୟପଟେ କେଉଁଠି ଉଡ଼ିଲା ଛପର ତ ଆଉ କେଉଁଠି ଉପୁଡ଼ିଲା ଗଛ । ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି, ନୂଆପଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି କାଳବୈଶାଖୀ ଖଡ଼ିଆଳ ସହରରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ଝଡ଼ତୋଫାନରେ ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିବାରୁ ବିଦ୍ୟୁତ ସରବରାହ ସଂପୂର୍ଣ୍ଣ ବନ୍ଦ ରହିଛି ।

Type and hit Enter to search

Close