ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ । ମୁଦୁଲି ଦ୍ଵାର ଭିତରକାଠ ନିକଟରେ କେହି ବାନ୍ତି କରିଥିବା ହେତୁ ବଡ଼ଦେଉଳରେ ବଡ଼ ମହାସ୍ନାନ କରାଯାଇଛି । ଅବକାଶ ଶେଷ ହେବା ପରେ ବଡ଼ ମହାସ୍ନାନ କରାଯାଇଛି । ଯାହାଫଳରେ କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ଶ୍ରୀମନ୍ଦିର ନୀତି ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ ବା ଶ୍ରୀମନ୍ଦିର ଭିତର ପରିସରରେ ଯଦି କେହି ସେବାୟତ କି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବଶତଃ ଶରୀରରୁ ରକ୍ତ ପଡେ କିମ୍ବା ଛୋଟ ଛୁଆ, ବୃଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କିମ୍ବା ବାନ୍ତି କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ । ଏହାପରେ ଠାକୁରଙ୍କର ମହାସ୍ନାନ କରାଯାଇ ଶୁଦ୍ଧପୂତ କରାଯାଇଥାଏ ।
Social Footer